ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ

0

ଭୁବନେଶ୍ୱର (ଆମ ଟିଭି): ‘୨୪’ ଲଢ଼େଇ ପାଇଁ ବିଜେପିର କ୍ଷେତ୍ର ପ୍ରସ୍ତୁତି ଜୋରଦାର ହୋଇଛି । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସଂସଦୀୟ କ୍ଷେତ୍ରର ପ୍ରସ୍ତୁତି ଓ ରଣନୀତି ନେଇ ୩ଟି ସ୍ଥାନରେ ଅନୁଷ୍ଠିତ କୋରକମିଟି ବୈଠକରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ।

ଗଞ୍ଜାମ, ନବରଙ୍ଗପୁର ଏବଂ ମୟୁରଭଞ୍ଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ ରାଜନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତାକୁ କିଭଳି ଲୋକଙ୍କ ପାଖକୁ ପହଞ୍ଚାଯିବ ସେ ସମ୍ପର୍କରେ ଦଳୀୟ ନେତାଙ୍କୁ ସୂଚନା ଦେବେ । ସେହିପରି ଗାଁ ଚାଲ, ବୁଥ୍ ଚାଲ ଅଭିଯାନ୍ ଜରିଆରେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ଭେଟି ବିଜେପି କର୍ମୀ କଣ କରିବେ ସେ ସମ୍ପର୍କରେ ବିସ୍ତୁତ ବିରରଣୀ ଦେବେ ।

Leave A Reply

Your email address will not be published.