ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନଙ୍କ ଅଚାନକ ୱେଷ୍ଟ୍‌ ବ୍ୟାଙ୍କ ଗସ୍ତ

0

ନୂଆଦିଲ୍ଲୀ (ଆମ ଟିଭି): ଯୁଦ୍ଧ ଭିତରେ ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଆଜି ଅଚାନକ ଇସ୍ରାଏଲ ଅଧିକୃତ ୱେଷ୍ଟ୍‌ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଛନ୍ତି। ପାଲେଷ୍ଟାଇନକୁ ନେଇ ଆମେରିକାର ଆଭିମୁଖ୍ୟରେ ହଠାତ୍‌ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ବିସ୍ମିତ କରିଛି।

ଆମେରିକା ଓ ପାଲେଷ୍ଟାଇନର ବରିଷ୍ଠ କୂଟନୀତିଜ୍ଞଙ୍କ ଗହଣରେ ବ୍ଲିଙ୍କେନ ଏବଂ ଅବ୍ବାସ ଆଲୋଚନା କରିଥିବାରୁ ଯୁଦ୍ଧବିରତି ସମ୍ଭବନା ବୃଦ୍ଧିପାଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବାପରେ ବ୍ଲିଙ୍କେନ ଦୁଇ ଥର ପାଲେଷ୍ଟାଇନ ଗସ୍ତ କରିଥିଲେ, କିନ୍ତୁ ୱେଷ୍ଟ୍‌ ବ୍ୟାଙ୍କ ଯାଇନଥିଲେ।

Leave A Reply

Your email address will not be published.