ଚାଲିଛି ଭାଲେଣ୍ଟାଇନ୍ ୱିକ୍,ଆପଣଙ୍କ ପ୍ରେମ ନିବେଦନକୁ କରନ୍ତୁ ଖାସ୍ ଓ ସ୍ମରଣୀୟ

0

ଚାଲିଛି ପ୍ରେମ ସପ୍ତାହ ।ନିଜ ଭାବନା ପ୍ରକାଶ କରିବାର ସର୍ବଶ୍ରେଷ୍ଠ ସମୟ। ତେବେ ଡେରି କାହିଁକି? ବିଶେଷକରି Propose Day ହେଉଛି ନିଜ ମନର କଥା ପ୍ରକାଶ କରିବାର ସର୍ବଶ୍ରେଷ୍ଠ ଦିନ।

ମନର କଥା କହିବା ବେଳେ ସମସ୍ତେ ନର୍ଭସ ହୋଇଥାନ୍ତି। “ହଁ” କିମ୍ବା “ନା” ଉତ୍ତର ଯାହାହେଉ, ଏକ ଭାବନାଭରା ଉପହାର ଆପଣଙ୍କ ମୁହୂର୍ତ୍ତକୁ ନିଶ୍ଚୟ ଖାସ୍ କରିଦେଇପାରେ। ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଗିଫ୍ଟ ଆଇଡିଆ ଆପଣଙ୍କ ଦିନକୁ ଅବିସ୍ମରଣୀୟ କରିପାରିବ।

୧. ଗୋଲାପ ଫୁଲ ତୋଡ଼ା

ଗୋଲାପକୁ ପ୍ରେମର ପ୍ରତୀକ ଭାବେ ଦେଖାଯାଏ। ଏକ ସୁନ୍ଦର ଗୋଲାପ ତୋଡ଼ା ସହିତ ପ୍ରେମ ନିବେଦନ କଲେ ମୁହୂର୍ତ୍ତଟି ଅଧିକ ରୋମାଣ୍ଟିକ ହୋଇଯାଏ। ଏହା ସରଳ କିନ୍ତୁ ଅତ୍ୟନ୍ତ କ୍ଲାସି ଉପହାର।

୨. ପ୍ରେମ ପତ୍ର

ଡିଜିଟାଲ ଯୁଗରେ ହାତରେ ଲେଖା ଚିଠି ହେଉଛି ଏକ ନିଆରା ଅନୁଭବ। ଆପଣଙ୍କ ମନର ଭାବନାକୁ ଶବ୍ଦରେ ଲେଖି ଦେଲେ ଏହା ଆପଣଙ୍କ ପାର୍ଟନର ପାଇଁ ଅମୂଲ୍ୟ ସ୍ମୃତି ହୋଇ ରହିବ।

୩. ସୁନ୍ଦର ଗହଣା

ଏକ ସୁନ୍ଦର ଗହଣା ଉପହାର ଭାବେ ଦେବା ମଧ୍ୟ ଖୁବ୍ ଖାସ୍ ହୋଇପାରେ। ଏହା କେବଳ ଉପହାର ନୁହେଁ, ବରଂ ଆପଣଙ୍କ ଭାବନାର ପ୍ରତୀକ। ଏହାକୁ ସେ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ମୃତି ଭାବେ ସଂରକ୍ଷଣ କରିପାରିବେ।

୪. ରୋମାଣ୍ଟିକ ଡିନର ଡେଟ୍

କ୍ୟାଣ୍ଡଲ୍ ଲାଇଟ୍ ଡିନର ବା ଏକ ସୁନ୍ଦର ରେଷ୍ଟୁରାଣ୍ଟରେ ସରପ୍ରାଇଜ୍ ଡେଟ୍ ଆୟୋଜନ କରି ପ୍ରପୋଜ୍ କରିବା ମୁହୂର୍ତ୍ତକୁ ଆହୁରି ସ୍ପେଶାଲ କରିପାରେ। ଏହି ମୁହୂର୍ତ୍ତରେ ଆପଣ ନିଜର ମନକଥା ସାମ୍ନାସାମ୍ନି କହିପାରିବେ।

୫. ସୁନ୍ଦର ଫଟୋ ଫ୍ରେମ୍

ଆପଣଙ୍କ ଦୁହେଁଙ୍କ ଖାସ୍ ମୁହୂର୍ତ୍ତର ଫଟୋକୁ ଫ୍ରେମ୍ କରି ଉପହାର ଦିଅନ୍ତୁ। ବିଶେଷକରି ପ୍ରଥମ ମିଳନର ଫଟୋ ଥିଲେ ଏହା ଅଧିକ ଭାବନାପୂର୍ଣ୍ଣ ହେବ।

*କେମିତି କରିବେ ପ୍ରପୋଜ୍?*

ଏହି ଦିନକୁ ଅବିସ୍ମରଣୀୟ କରିବା ପାଇଁ ଆପଣଙ୍କୁ ଏଭରେଷ୍ଟ ଚଢିବା ଭଳି ପରିଶ୍ରମ କରିବାର ଆବଶ୍ୟକତା ନାହିଁ । ଏହାକୁ ସରଳ ଉପାୟରେ କରି ମଧ୍ୟ ନିଜ ପାର୍ଟନରଙ୍କୁ ସ୍ପେଶାଲ ଅନୁଭବ କରାଇପାରିବେ । ଏକ ସରଳ ପ୍ରପୋଜାଲ ମଧ୍ୟ ଆପଣ ଦୁହିଁଙ୍କ ମୋମେଣ୍ଟକୁ ଖାସ କରିଦେଇଥାଏ । ଏଥିପାଇଁ ଏକ ଶାନ୍ତ ଓ ରୋମାଣ୍ଟିକ ସ୍ଥାନ ଚୟନ କରନ୍ତୁ ।

Leave A Reply

Your email address will not be published.