ମଣିପୁରରେ ପୁଣି ବଢିଲା ହିଂସା!

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ମଣିପୁରରେ ଉଗ୍ର ହେଲା ହିଂସା । ବୁଧବାର ସକାଳେ ମଣିପୁରର ମୋରେହ ଜିଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ବୋମା ଫିଙ୍ଗି ଏସବିଆଇ ମୋରେହ ନିକଟରେ ଥିବା ଏକ ସୁରକ୍ଷା ପୋଷ୍ଟରେ ଗୁଳି ଚଳାଇଥିଲେ।

ପୋଲିସ କହିଛି କି ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସୀମାବର୍ତ୍ତି ସହରରେ ସାଜ୍ୟ ସୁରକ୍ଷା ବାହୀନି ଦ୍ୱାରା ୨ ସନ୍ଦିଗ୍ଧଙ୍କୁ ଗିରଫ କରିବାର ୪୮ ଘଣ୍ଟା ପରେ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାର୍କମୀଙ୍କ ଶିବିର ଉପରକୁ ଗୁଳିମାଡ କରିଥିଲେ। ଏହାପୂର୍ବରୁ, ମଣିପୁର ସରକାର ଜାନୁଆରୀ ୧୬ ମଧ୍ୟରାତ୍ରିରୁ ତେଙ୍ଗନୋଉପଲରେ ଶାନ୍ତିର ଭଙ୍ଗ ହେବା, ସାର୍ବଜନିନ ସଦଭାବ ବିଗିଡିବା ତଥା ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ଘୋର ବିପଦ ଆଶଙ୍କା କରି ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଥିଲେ।

Leave A Reply

Your email address will not be published.