ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ: ପୁରୁଷବନ୍ଧୁ ପ୍ରୀତିମାନଙ୍କ ହୋଇପାରେ ନାର୍କୋ ଟେଷ୍ଟ

0

ଭୁବନେଶ୍ୱର(ଆମ ଟିଭି): ଚର୍ଚ୍ଚାରେ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ । ଏହାରି ଭିତରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନଙ୍କ ନାର୍କୋ ଟେଷ୍ଟ କରିପାରେ ପୁଲିସ୍। କୁହାଯାଉଛି ଯେ ପ୍ରୀତିମାନଙ୍କ ସତମିଛ ପରୀକ୍ଷା କରାଯିବା ପରେ ନାର୍କୋ ଟେଷ୍ଟର ସମ୍ଭାବନା ବଢ଼ିଛି।

ଏଣେ ଇତିମଧ୍ୟରେ ୫ ଦିନ ବିତି ଯାଇଥିଲେ ମଧ୍ୟ ଚିନ୍ମୟୀଙ୍କ ମୃତ୍ୟୁର କାରଣ ପୁଲିସ୍ ଜାଣିପାରିନାହିଁ। ପ୍ରୀତିମାନ ଓ ଚିନ୍ମୟୀଙ୍କ ପରିବାର, ଚିନ୍ମୟୀ ରହୁଥିବା ଘରମାଲିକ ଏବଂ ଜଣଙ୍କ ପରେ ଜଣେ ସହପାଠୀଙ୍କୁ ପୁଲିସ୍ ଜେରା କରିଛି। ମୋବାଇଲ୍ କଲ୍ ରେକର୍ଡ ଓ ସୋସିଆଲ୍ ମିଡିଆ ମେସେଜ୍ଗୁଡ଼ିକୁ ବି ଟିକିନିଖି ଯାଞ୍ଚ କରୁଛି। ପ୍ରୀତିମାନଙ୍କ ଉପରେ ପୁଲିସ୍ର ଅଧିକ ସନ୍ଦେହ ଥିବାରୁ ଆଜି ଭୁବନେଶ୍ବରସ୍ଥିତ ଏସ୍ଏଫ୍ଏସ୍ଏଲ୍ଠାରେ ତାଙ୍କର ଓ ମାନସ ଟୁଡୁଙ୍କ ମିଛ ଧରା ପରୀକ୍ଷା କରାଯାଇଛି।

 

 

Leave A Reply

Your email address will not be published.