ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ

0

ଭୁବନେଶ୍ୱର : ଏସଆଇଆର ସରିବା ପରେ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତି ହେବ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ହେବ ଭୋଟ ତାଲିକା। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ସହ ଏସ୍ ଇସିଙ୍କ ଭିଡିଓ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ଜିଲାର ଜିଲ୍ଲାପାଳ ଏବଂ ଜିଲା ନିର୍ବାଚନ ପ୍ରଶାସନ ସହ ଜଡିତ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

 

ଏହି ବୈଠକରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଭୋଟର ତାଲିକା, ନିର୍ବାଚନୀ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ। ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ। ଡୋର ଟୁ ଡୋର ସର୍ଭେ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ମାସ ୩୧ ସୁଦ୍ଧା ଏନେଇ ଟିମ୍ ଗଠନ ହେବା ସହ ଏଥିରେ ବିଏଲଓ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ। ଫେବୃଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ।

 

Leave A Reply

Your email address will not be published.