କିଏ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ଆଜି ହେବ ଘୋଷଣା, ସିଏମ ରେସ୍‌ରେ ଏହି ୩ ନାଁ

0

ଚଣ୍ଡିଗଡ (ଆମ ଟିଭି): ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟର ଚେହେରା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏଭଳି ପରିସ୍ଥିତିରେ  ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ବିଧାୟକ ଦଳର ଏକ ବୈଠକ ହେବ। ଯେଉଁଥିରେ ନେତାଙ୍କୁ ଚୟନ କରାଯିବ। ଏହି ବୈଠକ ପାଇଁ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବୈଠକ ପୂର୍ବାହ୍ନ ୧୧ଟାରେ ପଞ୍ଚକୁଲାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।

ବିଧାୟକ ଦଳର ବୈଠକ ପରେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହେବ। ଭାଜପାର ବିଜୟ ପରେ ଅନିଲ ବିଜ୍‌ ଏବଂ ରାଓ ଇନ୍ଦ୍ରଜିତ ସିଂ, ନାୟବ ସିଂ ସାଇନିଙ୍କ ନାମ ସିଏମ ପଦ ପାଇଁ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ତିନି ଦାବିଦାରୀ ହେତୁ ଅମିତ ଶାହା ନିଜେ ପର୍ଯ୍ୟବେକ୍ଷକ ଭୂମିକାରେ ଅଛନ୍ତି ଯେଭଳି ଏଥିରେ କୌଣସି ବିଶୃଙ୍ଖଳା ନ ହୁଏ। ତେବେ ନିର୍ବାଚନ ସମୟରେ ପଞ୍ଚକୁଲାରେ ଅମିତ ଶାହା କହି ସାରିଛନ୍ତି ଯେ ନୟବ ସିଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

Leave A Reply

Your email address will not be published.