ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି, ତାର ସମୀକ୍ଷା ହେବ: ଜୟନାରାୟଣ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ପଦ୍ମପୁର ଉପନିର୍ବାଚନରେ ବହୁ ଭୋଟ୍ ବ୍ୟବଧାନରେ ଜିତିଲା ବିଜେଡି । କିନ୍ତୁ ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି ? ଏହାର ସମୀକ୍ଷା କରିବ ମୁଖ୍ୟ ବିରୋଧୀ ଦଳ । ତେବେ ତା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପରାଜୟର କେତୋଟି କାରଣ ସମ୍ପର୍କରେ ମତ ରଖିଛନ୍ତି । ବର୍ଷାଙ୍କୁ ବିଦେଶିନୀ କହି ନିର୍ବାଚନୀ ପ୍ରଚାର ବେଳେ ବାରମ୍ବାର ଟାର୍ଗେଟ୍ କରିଥିଲେ ଜୟନାରାୟଣଙ୍କ ସମେତ ବିଜେପିର ଏକାଧିକ ବରିଷ୍ଠ ନେତା । ଏହା ଦଳ ପାଇଁ ବୁମେରାଂ ହେଲା ବୋଲି କୁହାଯାଉଥିବା ବେଳେ ପୁରୁଣା କଥାକୁ ପୁଣି ଦୋହରାଇଛନ୍ତି ବିରୋଧୀ ଦଳ ନେତା । ବର୍ଷା ପଦ୍ମପୁରର ଝିଅ ହୋଇଥିଲେ ବି କଣାସର ବୋହୂ ଏକଥା ଅସତ୍ୟ ନୁହେଁ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ତାଙ୍କୁ ଝିଅ ବୋଲି କହିନଥିଲେ ।

ତେବେ ସାଧାରଣ ନିର୍ବାଚନକୁ ଆଉ ଦେଢ ବର୍ଷରୁ କମ୍ ସମୟ ଥିବାରୁ ଲୋକେ ସରକାର ବିରୋଧରେ ଗଲେ ନାହିଁ ବୋଲି ଅନୁମାନ ଲଗାଇଛନ୍ତି । କଂଗ୍ରେସ ଭୋଟ୍ ବିଜେଡିକୁ ଚାଲିଯିବା ଫଳରେ ପଦ୍ମପୁରରେ ବିଜେପି ପରାଜୟର ମୁହଁ ଦେଖିବା କଥା କହିଛନ୍ତି ଜୟନାରାୟଣ । କିନ୍ତୁ ୨୦୨୪ରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ବିଜେପି-ବିଜେଡି ମଧ୍ୟ ଦ୍ୱିମୁଖି ଲଢେଇ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି ।

 

Leave A Reply

Your email address will not be published.