ମହାପ୍ରସାଦ ଖାଉଥିବା ବେଳେ ଜେପି ନଡ୍ଡାଙ୍କ ଫଟୋ କାହିଁକି ହେଉଛି ଭାଇରାଲ? ଜାଣନ୍ତୁ ଏହାର କାରଣ…

0

ଭୁବନେଶ୍ବର(ଆମ ଟିଭି): ବେଶ କିଛିଦିନ ଧରି ଓଡିଶା ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାହା ହେଲା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପୁରୀ ଗସ୍ତ ବେଳେ ମହାପ୍ରସାଦ ଖାଉଥିବାର ଫଟୋ ଭାଇରାଲ ହେଉଛି। ଏହାକୁ ନେଇ ବିଭିନ୍ନ ଲୋକ ସମାଲୋଚନା କରିବାରେ ଲାଗିଛନ୍ତି। ବିଜେପିର ଓଡିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି।

ତେବେ ଘଟଣାଟି ହେଲା ଯେ, ପୁରୀ ଗସ୍ତ ବେଳେ ଜେ ପି ନଡ୍ଡା କଦଳୀ ପତ୍ରରେ ମହାପ୍ରସାଦ ଖାଉଛନ୍ତି। ତାଙ୍କ ସାଥିରେ ଅଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ତେବେ ନଡ୍ଡା ମହାପ୍ରସାଦ ଖାଉଥିବା ବେଳେ ତାଙ୍କର ପାଦ ପୁରା କଦଳୀ ପତ୍ର ଉପରେ ରହିଛି। ଯାହା ଠିକ୍ ନୁହେଁ।

ସାଧାରଣତଃ ଖାଦ୍ୟ ପଦାର୍ଥ ଖାଇବା ବେଳେ ଖାଇବା ପତ୍ରରେ ଗୋଡ ବାଜେ ନାହିଁ। ହେଲେ ମହାପ୍ରସାଦ ଖାଉଥିବା ବେଳେ ନଡ୍ଡାଙ୍କ ଗୋଡ କଦଳୀ ପତ୍ର ଉପରେ ରହିବା ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି। ତେବେ ଏହାକୁ ନେଇ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.