ଭୁବନେଶ୍ୱର (ଆମ ଟିଭି): ପୁଣି ଆବାସ ଯୋଜନାକୁ ନେଇ ରାଜ୍ୟ ରାଜନୀତି ସରଗରମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଥିବା କହି ପ୍ରେସମିଟ୍ କରି ବର୍ଷିଲା ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର ପ୍ରେସମିଟରେ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜ୍ୟର ଦାବି ଅନୁସାରେ କେନ୍ଦ୍ର ସରକାର ଘର ଦେଲେନାହିଁ। ୧୫ଲକ୍ଷ ଘର ଆବଶ୍ୟକ, ମାତ୍ର ୮ଲକ୍ଷ ଘର ଦେଲେ। ବିଜେପି ସାଂସଦମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଡ୍ରାମା କରୁଛନ୍ତି। ବିଜେପି ରାଜ୍ୟ ନେତୃତ୍ୱ କେନ୍ଦ୍ରକୁ ଯାଆନ୍ତୁ। ସେଠି ଗାଇଡଲାଇନ ପରିବର୍ତ୍ତନ କରିବାକୁ ଜଣାନ୍ତୁ ।
ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତାମାନେ ତାଲିକା ପ୍ରସ୍ତୁତ କରି ଦେବାକୁ ବିଜେଡି କହିଛି । ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି। ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ, ବିଜେଡି ଏହାକୁ ନିନ୍ଦା କରିଛି। ଏହା ଓଡିଶା ରାଜନୀତି ଇତିହାସରେ କଳା ଅଧ୍ୟାୟ। ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି। ଏ ଷଡ଼ଯନ୍ତ୍ର କେବଳ ୧୫ଲକ୍ଷ ଘର ଅଟକାଇବା ପାଇଁ ନୁହେଁ ।