ନୂଆଦିଲ୍ଲୀ (ଆମ ଟିଭି): ଅଯୋଦ୍ଧାରେ ଜୋରସୋରରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଦିନିଆ ଗସ୍ତରେ ଶନିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।
ମୁଖ୍ୟମନ୍ତ୍ରୀ ଯୋଗୀ ରାମଲାଲାଙ୍କ ଦରବାରରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଅଗ୍ରଗତି ଦେଖିଛନ୍ତି। ଏହି ଅବସରରେ ଶ୍ରୀରାମ ଜନ୍ମଭୂମିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମଧ୍ୟ ଉପସ୍ଥିତ ଥିଲେ।