ୟୁପିରେ ମଦ୍ରାସାର ସର୍ଭେ କରିବେ ଯୋଗୀଙ୍କ ସରକାର, ବିଜେପିକୁ ସମାଲୋଚନା କଲେ ଓୱାଇସି

0

ଲକ୍ଷ୍ନୌ(ଆମ ଟିଭି): ୟୁପିରେ ଏବେ ମଦ୍ରାସା ଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନଜର । ଯୋଗୀ ସେହି ମଦ୍ରାସାଗୁଡ଼ିକର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ଗୁଡିକ ମାନ୍ୟତା ପାଇନାହିଁ । ଏବେ ଏହାକୁ ନେଇ ଏଆଇଏମ୍ଆଇଏମ୍ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କମ୍ପିଛନ୍ତି । ଏଥିସହ ବିଜେପି ସରକାର ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ସର୍ଭେ ନୁହେଁ ବରଂ ଏକ ଛୋଟ NRC । ଓୱାଇସି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ମୁସଲମାନ ମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି ଯେ, ମଦ୍ରାସା ଧାରା ୩୦ ଅନୁଯାୟୀ ଅଟେ, ତେବେ ଉତ୍ତରପ୍ରଦେଶ ସରକାର କାହିଁକି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ? ଏହା ଏକ ସର୍ଭେ ନୁହେଁ ବରଂ ମିନି-ଏନଆରସି (NRC) । କିଛି ମଦ୍ରାସା ଉତ୍ତରପ୍ରଦେଶ ମଦ୍ରାସା ବୋର୍ଡ ଅଧୀନରେ ଅଛି । ଧାରା ୩୦ ଅନୁଯାୟୀ ରାଜ୍ୟ ସରକାର ଆମର ଅଧିକାରରେ ହସ୍ତକ୍ଷେପ କରିପାରିବେ ନାହିଁ । ସରକାର ମୁସଲମାନ ମାନଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି। “ଓୱାଇସି କହିଛନ୍ତି ଯେ ସରକାର ମଦ୍ରାସାକୁ ସନ୍ଦେହ ନଜରରେ ଦେଖୁଛନ୍ତି। ସେ କହିଛନ୍ତି ଯେ ବେସରକାରୀ ମଦ୍ରାସା ସରକାରଙ୍କ ସହ କୌଣସି ସମ୍ପର୍କ ନାହିଁ। ତେବେ ସର୍ଭେ କାହିଁକି କରାଯାଉଛି ? ଯୋଗୀ ମୁସଲମାନମାନଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ମଦ୍ରାସା ଦେଶର ସ୍ବାଧିନତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ଆଜି ସରକାର ସମାନ ମଦ୍ରାସାକୁ ସନ୍ଦେହରେ ଦେଖୁଛନ୍ତି । ଏଥି ସହ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଡାନିଶ ଆଜାଦ ଅନସାରୀ କହିଛନ୍ତି ଯେ ଏହି ସର୍ଭେରୁ ମଦ୍ରାସାର ନାମ ଏବଂ ଏହାକୁ ପରିଚାଳନା କରୁଥିବା ସଂସ୍ଥାର ନାମ ଜଣାପଡିବ । ଏହି ସର୍ଭେରେ ପାନୀୟ ଜଳ, ଆସବାବପତ୍ର, ବିଦ୍ୟୁତ୍ ଯୋଗାଣ ଏବଂ ଶୌଚାଳୟ ଭଳି ମୌଳିକ ସୁବିଧା ପ୍ରକାଶ ପାଇବ। ଯାହା ଉପରେ ଆଧାର କରି ଅଧିକ କାର୍ଯ୍ୟ କରାଯିବ । ବର୍ତ୍ତମାନ ଉତ୍ତରପ୍ରଦେଶରେ ସମୁଦାୟ ୧୬,୪୬୧ ମଦ୍ରାସା କାର୍ଯ୍ୟ କରୁଛି ।  ରାଜ୍ୟର ମୋଟ ମଦ୍ରାସା ମଧ୍ୟରୁ ୫୬୦ ଜଣଙ୍କୁ ସରକାରୀ ଅନୁଦାନ ଦିଆଯାଇଥିବା ବେଳେ ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ନୂତନ ମଦ୍ରାସା ଅନୁଦାନ ତାଲିକାରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।

Leave A Reply

Your email address will not be published.