ନୂଆଦିଲ୍ଲୀ (ଆମ ଟିଭି): ଏବେ ବି ହମାସ ଆଉ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ହମାସକୁ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସର୍ବନାଶ ହେଲାଣି, ଏଥର ଆତ୍ମସମର୍ପଣ କର ବୋଲି ରବିବାର ଦିନ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସ୍ ଆତଙ୍କବାଦୀମାନଙ୍କୁ ଚେତାବନୀ ଶୁଣାଇଛନ୍ତି।
୨ ମାସରୁ ଅଧିକ ହେବ ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ଚାଲିଲାଣି ଏବଂ ହମାସ୍ ସଙ୍ଗଠନର ବିଲୟ ଆରମ୍ଭ ହୋଇଗଲାଣି ବୋଲି ସେ କହିଛନ୍ତି। ଗାଜା ଷ୍ଟ୍ରିପ୍ରେ ଥିବା ହମାସ୍ ମୁଖ୍ୟଙ୍କ ପ୍ରତି ଉଦ୍ଦେଶ୍ୟ କରି ସେ କହିଛନ୍ତି, ଏବେ ବି ଯୁଦ୍ଧ ଚାଲିଛି, କିନ୍ତୁ ହମାସ୍ର ପତନ ଆରମ୍ଭ ହୋଇଗଲାଣି। ହମାସ୍ ଆତଙ୍କବାଦୀମାନଙ୍କୁ ମୁଁ କହିଦେଉଛି: ସର୍ବନାଶ ଘଟିଲାଣି। ସିନ୍ୱାରଙ୍କ ପାଇଁ ଆତ୍ମବଳି ଦିଅନାହିଁ। ଏଥର ଆତ୍ମସମର୍ପଣ କର।