ଭାରତୀୟ ସେନାରୁ ବିଦା ହେବେ ୧ ଲକ୍ଷ କର୍ମଚାରୀ

0

ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ସେନାକୁ ନେଇ ଏକ ବଡ଼ ଖବର ଆସୁଛି । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର ବାହାର ହେବେ। ଗଣମାଧ୍ୟମକୁ ଏକ ବିବୃତ୍ତି ଦେବାବେଳେ ସେନା ମୁଖ୍ୟ କହିଛନ୍ତି ଯେ ଚାଇନା ଏଲଏସି ଉତ୍ତର ସୀମାରେ ସ୍ଥିତି ସ୍ଥିର ରହିଛି, ତଥାପି ଆମେ ବିଶ୍ୱାସ କରୁ ଏହି ପ୍ରସଙ୍ଗ ସମ୍ବେଦନଶୀଳ ଏବଂ ସେନା ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ସେନା ଭିତରେ ପଶୁ ପରିବହନ ହ୍ରାସ ପାଇଛି, ବର୍ତ୍ତମାନ ଏହାକୁ ଡ୍ରୋନ ଦ୍ୱାରା ବଦଳାଯାଇଛି। ଅଗ୍ନିବୀର ଯୋଜନା ଅନ୍ତର୍ଗତ ଦୁଇଟି ବ୍ୟାଚ ଅଗ୍ନିବୀର ଫିଲ୍ଡରେ ନିୟୋଜିତ ହୋଇଛନ୍ତି।

ଚଳିତ ବର୍ଷ ଜାନୁଆରୀ ୧୫ରେ ଲକ୍ଷ୍ନୌରେ ପ୍ରଥମ ଥର ପାଇଁ ୭୬ ତମ ସେନା ଦିବସ ପରେଡ ଆୟୋଜିତ ହେବ। କିନ୍ତୁ ଏହା ପୂର୍ବରୁ ଅନେକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମସ୍ତ କାର୍ୟ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଜାନୁଆରୀ ୧୪ ରେ ଏକ ସାମରିକ ବ୍ୟାଣ୍ଡ କନ୍ସର୍ଟ ହେବ ବୋଲି ସେ କହିଛନ୍ତି। ଏହି ଅବଧି ମଧ୍ୟରେ ଆର୍ମି ଡେ ପ୍ୟାରେଡ ଏବଂ ଶୌର୍ୟ୍ୟ ସନ୍ଧ୍ୟା କାର୍ୟ୍ୟକ୍ରମର ରିହର୍ସାଲ ହେବ।

Leave A Reply

Your email address will not be published.