ମଦ ନଷ୍ଟ କରିବାକୁ ଖର୍ଚ୍ଚ ହେବ ୧୭୮୨ କୋଟି
ପ୍ୟାରିସ୍: ବଳିପଡ଼ିଥିବା ମଦ ନଷ୍ଟ କରିବା ପାଇଁ ଫ୍ରାନ୍ସ୍ ସରକାର ୨୦୦ ନିୟୁତ ୟୁରୋ (ଭାରତୀୟ ମୁଦ୍ରାରେ ୧୭,୮୨,୨୯,୯୨,୬୫୬ ଟଙ୍କା) ମଞ୍ଜୁର କରିଛନ୍ତି ବୋଲି ‘ବିବିସି’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି ଯେ, ବଳକା ମଦ ଯୋଗୁଁ କଠିନ ସମସ୍ୟାରେ ପଡ଼ିଥିବା ମଦ ଉତ୍ପାଦନକାରୀଙ୍କୁ ସହାୟତା କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ମଦ ବଳିବାର ଅନେକ କାରଣ ମଧ୍ୟରୁ କେତେକ ହେଲା, ‘କ୍ରାଫ୍ଟ୍ ବିୟର୍’ର ଲୋକପ୍ରିୟତା ବୃଦ୍ଧି, କୋଭିଡ୍-୧୯ ପରବର୍ତ୍ତୀ ପ୍ରଭାବ ଯୋଗୁଁ ଚଳିବା ପାଇଁ ଅର୍ଥ ସଙ୍କଟ ଏବଂ ଆବଶ୍ୟକଠାରୁ ଅଧିକ ମଦ ଉତ୍ପାଦନ। ଚାହିଦା ନ ଥିବାରୁ ବର୍ଡ୍ୟୁକ୍ସ୍ ଏବଂ ଲାଙ୍ଗୁଇଡକ୍ ଭଳି ଦେଶର ପ୍ରମୁଖ ମଦ ଉତ୍ପାଦନକାରୀ ଅଞ୍ଚଳ ନିଜ ଖର୍ଚ୍ଚ ମଧ୍ୟ ଉଠାଇ ପାରୁନାହାନ୍ତି।
‘ଲାଙ୍ଗୁଇଡକ୍ ୱାଇନ୍ ପ୍ରଡ୍ୟୁସର୍ସ ଆସୋସିଏସନ୍’ରୁ ଜିନ୍-ଫିଲିପ୍ ଗ୍ରେନର୍ କହିଛନ୍ତି, ଆମେ ମାତ୍ରାଧିକ ଉତ୍ପାଦନ କରୁଛୁ, ଉତ୍ପାଦନ ମୂଲ୍ୟଠରୁ ବିକ୍ରି ମୂଲ୍ୟ କମ୍ ରହୁଥିବାରୁ ଆମର ଆର୍ଥିକ କ୍ଷତି ହେଉଛି।
ତେଣୁ, ମଦ ଉତ୍ପାଦନକାରୀମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ଉପରୋକ୍ତ ଅର୍ଥରାଶି ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଉତ୍ପାଦନକାରୀଙ୍କ ନିକଟରୁ ବଳିପଡ଼ିଥିବା ମଦ କିଣାଯାଇ ନଷ୍ଟ କରାଯିବ। ନଷ୍ଟ କରାଯାଇଥିବା ମଦରୁ ‘ଆଲ୍କ୍ହଲ୍’ ବାହାର କରାଯାଇ ସେ ‘ଆଲ୍କ୍ହଲ୍’କୁ ‘ହ୍ୟାଣ୍ଡ୍ ସାନିଟାଇଜର୍’, ‘ପର୍ଫ୍ୟୁମ୍’ ଆଦି ସାମଗ୍ରୀ ତିଆରି କରୁଥିବା କମ୍ପାନିମାନଙ୍କୁ ବିକ୍ରି କରାଯିବ। ଏହାଛଡ଼ା, ଅଙ୍ଗୁର ପରିବର୍ତ୍ତେ ଅଲିଭ୍