ମନ କି ବାତ ରେ ନାରୀ ଶକ୍ତିକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ ଅଭିଯାନରେ ‘ଇସ୍ରୋ’ ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହି ଅଭିଯାନ ଭାରତୀୟ ନାରୀମାନଙ୍କର ସାମର୍ଥ୍ୟର ଜୀବନ୍ତ ଉଦାହରଣ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୧୦୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଛନ୍ତି, ନାରୀଶକ୍ତିର ସାମର୍ଥ୍ୟ ସାମିଲ କଲେ ଅସମ୍ଭବ ସମ୍ଭବ ହୋଇଥାଏ। ଏହା ହେଉଛି ଏହି ଅଭିଯାନର ଅନ୍ୟତମ ବୈଶିଷ୍ଟ୍ୟ, ଯାହା ଉପରେ ମୁଁ ବିଶେଷ ଗୁରୁତ୍ବାରୋପ କରୁଛି।

ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ବୋଲି ମଧ୍ୟ ଗୁରୁତ୍ବାରୋପ କରି ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ୨୦୨୨ ଡିସେମ୍ବର ୧ରୁ ଭାରତ ଅଧ୍ୟକ୍ଷତା ଭାର ବହନ କରିବା ପରଠାରୁ ‘ଜି୨୦’ ଫୋରମ୍‌କୁ ଅଧିକ ଅନ୍ତର୍ଭୁକ୍ତିକରଣ କରାଯାଇଛି। ଭାରତର ‘ଜି୨୦’ ଅଧ୍ୟକ୍ଷତା ହେଉଛି ଜନତାଙ୍କ ଅଧ୍ୟକ୍ଷତା। ତେଣୁ, ଦିଲ୍ଲୀରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀକୁ ସଫଳ କରି ଦେଶକୁ ଗୌରବାନ୍ବିତ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

‘ୱାର୍ଲଡ୍‌ ୟୁନିଭର୍ସିଟି ଗେମ୍‌ସ୍‌’ ୨୦୨୩’ର ବିଜେତାମାନଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ରୀଡ଼ାରେ ଭାଗ ନେଇଥିବା କେତେକ ଖେଳାଳିଙ୍କ ସହିତ କଥାବର୍ତ୍ତା କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ତୀରନ୍ଦାଜ ପ୍ରଗତି। ଦେଶର ପ୍ରତିନିଧିତ୍ବ କରିଥିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ପ୍ରୀତ ବୋଲି ପ୍ରଗତି କହି‌ଛନ୍ତି। ମେ ମାସରେ ହୋଇଥିବା ‘ବ୍ରେନ୍‌ ହାମ୍‌ରେଜ୍‌’ ଏବଂ ଅନ୍ୟାନ୍ୟ ବହୁ ପ୍ରତିବନ୍ଧକ ଏଡ଼ାଇ ସେ ପଦକ ବିଜୟୀ ହୋଇଥିଲେ।

Leave A Reply

Your email address will not be published.