୭୫ ତମ ସ୍ୱାଧୀନତା ଦିବସ: ୧ କୋଟି ତ୍ରିରଙ୍ଗା ବାଣ୍ଟିବେ ତେଲଙ୍ଗାନା ସରକାର

0

ସିରିସିଲା (ଆମ ଟିଭି): ଦେଶ ପାଳିବାକୁ ଯାଉଛି ୭୫ ତମ ସ୍ୱାଧୀନତା ଦିବସ । ଭାରତ ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୁରିବ । ଏଥିପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍ଥାନରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହି ଅବସରରେ ତେଲଙ୍ଗାନା ସରକାର ଆସନ୍ତା ୮ରୁ ୨୨ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ୟ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ରାଜ୍ୟ ସରକାର ଏକ କୋଟି ତ୍ରିରଙ୍ଗା ପତାକା ବଣ୍ଟନ କରିବେ। ରାଜ୍ୟରେ ଥିବା ପ୍ରତି ଘରକୁ ତ୍ରିରଙ୍ଗା ଯୋଗାଇ ଦେବାକୁ ଯୋଜନା ରହିଛି। ସିରିସିଲାରେ ଥିବା ହସ୍ତତନ୍ତ କାରିଗରଙ୍କୁ ୧ କୋଟି ତ୍ରିରଙ୍ଗା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅର୍ଡର ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.