ଆଠଗଡ଼(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜିଠୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅସ୍ଥାୟୀ ରାସ୍ତାରେ ଚାଲିଚାଲି ଯାଇ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିପାରିବେ । ତେବେ ଆସନ୍ତା ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅସ୍ଥାୟୀ ରାସ୍ତାକାମ ଶୀଘ୍ର ସରିଯାଇଥିବା ବେଳେ ଆଗୁଆ ଦର୍ଶନ ପାଇଁ ଅନୁମତି ଦେଇଛି ପ୍ରଶାସନ ।
ମଞ୍ଚେଶ୍ୱର ନଦୀଘାଟରୁ ନେଇ ପାଇକରାପୁର ପଠା ଓ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରିଥିବା ରାସ୍ତାରେ ଶ୍ରଦ୍ଧାଳୁମାନେ ଚାଲିଚାଲି ଯାଇ ଦର୍ଶନ କରିବେ । ତେବେ ଝୁଲା ପୋଲ ଦୁର୍ବଳ ତଥା ବିପଦ ସଙ୍କୁଳ ଥିବାରୁ ୧୪୪ ଧାରା ଜାରି ହୋଇ ଦଶନ ବନ୍ଦ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ହେଲେ ଏବେ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ।