ପୁରୀ (ଆମ ଟିଭି): ଶ୍ରୀମନ୍ଦିରରେ ମହାବିପଦ । ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛନ୍ତି ମୂଷା ଓ ଅସରପା । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବୁଲୁଛନ୍ତି ବଡ଼ ବଡ ମୂଷା, ଅସରପା । ଏଥିଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି । ଏମିତିକି ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି କି ସେବାୟତ ଶ୍ରୀଅଙ୍ଗ ପାଖକୁ ଯିବା ବେଳେ ବେଳେ ସମ୍ଭବ ହେଉନି । ସେବା ପାଇଁ ଗଲା ବେଳେ ମୂଷା ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି । ଏଭଳି ସମସ୍ୟା ଗୋଟିଏ କିମ୍ବା ଦୁଇଟି ଦିନ ନୁହେଁ ବର୍ଷ ବର୍ଷ ଧରି ମୂଷା ସମସ୍ୟା ଲାଗି ରହିଛି ।
ମୂଷା ଓ ଅସରପା ଶ୍ରୀଅଙ୍ଗକୁ ଖରାପ କରୁଥିବା ବେଳେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ବି ବହୁ ସମୟରେ ନଷ୍ଟ କରି ଦେଉଛନ୍ତି। ଏନେଇ ବହୁବାର ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ବ୍ୟବସ୍ଥା ହୋଇଛି, ତଥାପି କୌଣସି ସୁଫଳ ମିଳିନଥିବା ସେବାୟତଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି ।