ଦେଶର ଆର୍ଥିକ ସଙ୍କଟକୁ ନେଇ ଏମିତି କହିଲେ ରାହୁଲ

0

ନୂଆଦିଲ୍ଲୀ: ସମ୍ପ୍ରତି କେନ୍ଦ୍ରରେ ଥିବା ସରକାରଙ୍କ ଶାସନାଧୀନ ଦେଶରେ ସୁସ୍ପଷ୍ଟ ଆର୍ଥିକ ସଙ୍କଟ ମାଡ଼ି ଆସୁଥିବା କଥା ଶୁକ୍ରବାର ଦିନ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି।

ଦେଶବାସୀଙ୍କ ପ୍ରତି ଲେଖିଥିବା ଏକ ପତ୍ରରେ ରାହୁଲ୍‌ ଗାନ୍ଧୀ କହିଛନ୍ତି, ସୁସ୍ପଷ୍ଟ ଆର୍ଥିକ ସଙ୍କଟ ନିକଟତର ହେଉଛି।ଯୁବାଙ୍କ ମଧ୍ୟରେ ବେକାରୀ ସମସ୍ୟା, ଅସହ୍ୟ ଦର ବୃଦ୍ଧି, କୃଷି କ୍ଷେତ୍ରରେ ବିପର୍ଯ୍ୟୟ ଏବଂ ଦେଶର ସମ୍ପଦ ସମ୍ପୂର୍ଣ୍ଣରୂପେ କ‌ର୍ପୋରେଟ୍‌ କବଳକୁ ଚାଲିଯିବା ଆଦି ଘଟଣା ଆର୍ଥିକ ସଙ୍କଟର ଆଭାସ ଦେଉଛି। ଚାକିରି ହରାଇବା, ହ୍ରାସ ପାଉଥିବା ଆୟ, ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନେ କରିଥିବା ଆଶାଆକାଙ୍‌କ୍ଷା ବିପର୍ଯ୍ୟସ୍ତ ହେବା କଥାକୁ ନେଇ ଲୋକେ ଚିନ୍ତାକୁଳ ହୋଇପଡ଼ିଲେଣି। ସମଗ୍ର ଦେଶରେ ନୈରାଶ୍ୟ ଅନୁଭୂତ ହେଲାଣି।

Leave A Reply

Your email address will not be published.