ପ୍ରଥମ ଟ୍ରିଜର ରିଲିଜ ପରେ ‘ଚନ୍ଦ୍ରମା’ ଏବେ ପ୍ୟାନ ଇଣ୍ଡିଆରେ ଚର୍ଚ୍ଚା

0

ଭୁବନେଶ୍ବର (ଆମ ଟିଭି): ସତ୍ୟ ଘଟଣା ଉପରେ ଅଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ପରେ ଆଉ ଏକ ଚଳଚ୍ଚିତ୍ର ‘ଚନ୍ଦ୍ରମା’ର ଚର୍ଚ୍ଚା ଏବେ ଜୋରସୋରରେ ଚାଲିଛି। 

ଧୁନ୍ ମ୍ୟୁଜିକାଲ ବ୍ୟାନରରେ ନିର୍ମିତ ଏକ ଭୌତିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରଥମ ଟ୍ରେଜର ରିଲିଜ ହୋଇଯାଇଛି। ପ୍ରଥମ ଟ୍ରେଜର ରିଲିଜ ହେବାର ଅଳ୍ପ କିଛି ସମୟ ମଧ୍ୟରେ ରେକର୍ଡ଼ ସଂଖ୍ୟକ ଭାଇରାଲ୍ ହେବା ସହ ସିନେ କ୍ରିଟିକସଙ୍କ ମଧ୍ଯ ଦୃଷ୍ଟି ଆକର୍ଷଣ କରିଛି। ବିଶିଷ୍ଟ ସିନେ କ୍ରିଟିକ ତରନ ଆଦର୍ଶ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି ଯେ ଦମନ ପରେ ପ୍ୟାନ ଇଣ୍ଡିଆର ବିଭିନ୍ନ ଭାଷାରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ଚନ୍ଦ୍ରମା’ ଏକ ନୂଆ ଇତିହାସ ସୃଷ୍ଟି କରିବ। ଭାଇରାଲ୍ ବୟ ଭାଇରାଲ୍ ଭୟାନି ମଧ୍ଯ ଏହି ଚଳଚ୍ଚିତ୍ର ପାଇଁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି।

କେପିଙ୍କ ପ୍ରଯୋଜନା ତଥା ରବି ମହାନ୍ତିଙ୍କ ସହ ପ୍ରଯୋଜନା ଏବଂ ବିଶ୍ଵ ଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ଦେବାଶିଷ ପାତ୍ର, ଭୂମିକା ଦାଶ ଓ ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଛନ୍ତି। ଖୁବ୍ ଶୀଘ୍ର ଏହା ପ୍ୟାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.