ପ୍ରଧାନମନ୍ତ୍ରୀ ଆବାସରେ ଓଡ଼ିଶା ସରକାରଙ୍କ ଲୋଗ ରହିଲେ କିଛି ଅସୁବିଧା ନାହିଁ, ବିଜେଡି ନେତା

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇବାକୁ ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରଫୁଲ ସାମଲ। ସେ କହିଛନ୍ତି, ଯାହା କଲେ ବି ବିଜେପି ଅଭିଯୋଗ କରିବ। ଓଡ଼ିଶା ପ୍ରତି ଯେଉଁ ସମ୍ବେଦନତା ତାଙ୍କର ରହିବା କଥା ତାହା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିଲେ ବି ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛନ୍ତି। ଇନସେଣ୍ଟଭି ଏବଂ ଆଡ଼ମିନଷ୍ଟ୍ରେଟିଭ ଖର୍ଚ୍ଚକୁ ହିସାବକୁ ନେଲେ ୫୦ ପ୍ରତିଶତରୁ ଅଧିକ ଟଙ୍କା ଆମର। ତେଣୁ ସେହି ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ଲୋଗୋ ରହିଲେ ଅସୁବିଧା କେଉଁଠି ।

ଆମେ ତାଙ୍କ ଯୋଜନାକୁ କେବେ ବି ହାଇଜାକ୍ କରୁନି, ବରଂ ସେମାନେ ଆମ ଯୋଜନାକୁ କପି କରନ୍ତି। ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ସବୁବେଳେ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ରଖା ଯାଉଛି। ଯଦି କୌଣସି ଅଯୋଗ୍ୟ ଲୋକ ନେଉଛି ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ବିଜେପି ୟାକୁ ବାରମ୍ବାର କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ବିଜେପି ନେତା ନିଜର ରାଜନୈତିକ ଇଚ୍ଛା ଶକ୍ତି ସଫଳ କରିବାକୁ ଏପରି ମନ୍ତବ୍ୟ ଦେଇଛନ୍ତି।

Leave A Reply

Your email address will not be published.