ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କୁ ଘୋ‌ଷାରି ନେଲା କାର ଚାଳକ

0

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ଜଣେ କାର ଚାଳକ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଏହି ଘଟଣା ଏମ୍ସ ନିକଟରେ ଘଟିଥିବା ଜଣାପଡ଼ିଛି। ଘଟଣା ଘଟିବାର ସଙ୍ଗେସଙ୍ଗେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା।

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଟୁଇଟ କରି କହିଛନ୍ତି, ‘ଦିଲ୍ଲୀରେ ମହିଳା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲୁ। ଏହି ସମୟରେ ନିଶାଗ୍ରସ୍ତ ଥିବା ଜଣେ ଗାଡ଼ି ଚାଳକ ମୋ ସହିତ ଯୁକ୍ତିତର୍କ କରି ଦୁର୍ବ୍ୟବହାର କରିଥିଲେ। ମୁଁ ଯେତେବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲି, ସେ ଗାଡ଼ିରେ ଲାଗିଥିବା କାଚକୁ ବନ୍ଦ କରି ଦେଇଥିଲେ। ଆଉ ସେଥିରେ ମୋ ହାତ ଫସି ଯାଇଥିଲା।

ଉକ୍ତ ଗାଡ଼ି ଚାଳକ ଜଣକ ଏଭଳି ଅବସ୍ଥାରେ ମୋତେ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଭଗବାନଙ୍କ ଦୟାରୁ ମୁଁ ଏଭଳି ଏକ ଦୁର୍ଘଟଣାରୁ ବଞ୍ଚି ଯାଇଛି। ଥରେ ଭାବି ଦେଖନ୍ତୁ ତ, ଦିଲ୍ଲୀରେ ଯଦି ଜଣେ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ଏଭଳି ଅବସ୍ଥା, ତେବେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେବ। ଏହି ଘଟଣା ଗତ ବୁଧବାର ବିଳମ୍ବିତ ରାତି‌ରେ ଏମ୍ସର ଗେଟ ନମ୍ବର ୨ରେ ଘଟିଥିଲା।’

Leave A Reply

Your email address will not be published.