ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ କିଛି ଦିନ ହେବ ଦିଲ୍ଳୀର ଜନ୍ତରମନ୍ତରରେ ଜାରି ରହିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଶେଷ ହୋଇଛି । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ତିନିଦିନ ଧରି ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଶେଷ ହୋଇଛି। ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ କୁସ୍ତିଯୋଦ୍ଧା ଆନ୍ଦୋଳନରୁ ଓହରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ ସାକ୍ଷାତ କରିଥିଲେ ।
କ୍ରୀଡ଼ାମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ପାଇବା ପରେ କୁସ୍ତିଯୋଦ୍ଧା ସେମାନଙ୍କ ଆନ୍ଦୋଳନ ଶେଷ କରିଛନ୍ତି । ଯାଂଚ କମିଟି ତଦନ୍ତ ନକରିବା ଯାଏଁ ବ୍ରଜଭୂଷଣ ସିଂ ନିଜ ପଦରୁ ଦୂରେଇ ରହିବେ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି ଅନୁରାଗ ଠାକୁର କରିଛନ୍ତି । ଏହି କମିଟି ୪ ସପ୍ତାହ ଭିତରେ ତଦନ୍ତ ପୂରଣ କରିବ ଏବଂ ଡବ୍ଲ୍ୟୁଏଫଆଇ ଏବଂ ଏହାର ସଭାପତିଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଅନୁରାଗ ଠାକୁର କହିଛନ୍ତି ।