୨୧ ଦ୍ୱୀପର ନୂଆ ନାମ କରଣ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ଦେଶର ପ୍ରକୃତ ହିରୋ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପରମବୀର ଚକ୍ର ସମ୍ମାନରେ ସନ୍ମାନିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ୱୀପର ନାମକରଣ କରିଛନ୍ତି। ମୋଦି ଭିଡିଓ କନଫରେସିଂ ମାଧ୍ୟମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ୍‌ କରିଥିଲେ।

ଏହି ଅବସରରେ ସେ ନେତାଜୀଙ୍କ ପ୍ରତି ଉତ୍ସର୍ଗ ଏକ ଜାତୀୟ ସ୍ମାରକୀ ମଡେଲ୍‌ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ସ୍ମାରକୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନିର୍ମାଣ କରାଯିବ। ପୂର୍ବରୁ ଏହି ଦ୍ୱୀପର ନା ଥିଲା ରସ୍‌ ଆଇଲାଣ୍ଡ୍। ଆଜିର ଦିନ ତଥା ଜାନୁଆରୀ ୨୩କୁ ନେତାଜୀଙ୍କ ଜନ୍ମ ଦିବସ ଅବସରରେ ପରାକ୍ରମ ଦିବସ ପାଳନ କରଳାଯାଉଛି। ଅଭିନେତା ଅନୁପମ ଖେର ଏହି ପଦକ୍ଷେପକୁ ସର୍ବୋଚ୍ଚ ବଳିଦାନ ଦେଇଥିବା ଯୋଦ୍ଧାମାନଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି। ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୧ ଟି ଦ୍ୱୀପପୁଞ୍ଜ ମଧ୍ୟରୁ ୧୬ ଟି ଉତ୍ତର ଏବଂ ମଧ୍ୟମ ଆଣ୍ଡାମାନ ଜିଲ୍ଲା ଏବଂ ପାଞ୍ଚଟି ଦକ୍ଷିଣ ଆଣ୍ଡାମାନରେ ଅବସ୍ଥିତ ବୋଲି ଜଣେ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.