ବୋହୂକୁ ବିବାହ କରାଇଲେ ନବୀନ

0

ଭୁବନେଶ୍ୱର : ପ୍ରାୟ ଦେଢ ବର୍ଷ ପୂର୍ବେ ନିଜ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଢେଙ୍କାନାଳର ପୂର୍ବତନ ବିଧାୟକ ଏବେ ଏକ ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ପୁଅ ଚାଲିଯିବା ପରେ ଏକୁଟିଆ ହୋଇ ଯାଇଥିବା ବୋହୂ ମଧୁସ୍ମିତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।

ଦୁଇ ପରିବାରର ସହମତି କ୍ରମେ ଏହି ବିବାହ ସଂପନ୍ନ ହୋଇଥିବା ଜଣାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବର ଭାବେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ମଧୁସ୍ମିତା କାହାକୁ ବରଣମାଳା ପିନ୍ଧାଇଲେ ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.