ବିବାଦରେ ଗୋଆ ସରକାର, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଚାନ୍ଦା ମାଗି ବିବାଦରେ ଗୋଆ ସରକାର। ଦକ୍ଷିଣ ଗୋଆର କଲେକ୍ଟର, ସରକାରୀ କର୍ମଚାରୀମାନଙ୍କୁ ଜାନୁଆରି ୨୬ରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ପାଇଁ ୧୦୦୦ଟଙ୍କା ଦେବାକୁ କହିଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିରୋଧ ଆରମ୍ଭ ‌ହୋଇଛି। କଲେକ୍ଟରଙ୍କ ଏଭଳି ଟଙ୍କା ମାଗିବାକୁ ନେଇ ଗୋଆରେ ରାଜନୈତିକ ଝଡ ଆରମ୍ଭ ହୋଇଛି। ବିରୋଧୀ ଦଳ ଗୋଆ ଫରୱାର୍ଡ ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ଏହି ଆଦେଶକୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିବାଦ ବଢ଼ୁଥିବା ଦେଖି କଲେକ୍ଟର ଜ୍ୟୋତି କୁମାରୀ କହିଛନ୍ତି ଯେ ଏହା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ନୁହେଁ।

ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ମୁଖ୍ୟ ବିଜୟ ସରଦେସାଇ ପ୍ରଧାନମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ତାଙ୍କ କ୍ୟାବିନେଟକୁ ଟାର୍ଗେଟ କରି ଦାବି କରିଛନ୍ତି ଯେ ସରକାର ରାଜ୍ୟର ପଇସା ଖାଇଦେଇଥିବାରୁ ବର୍ତ୍ତମାନ ସେମାନେ କର୍ମଚାରୀଙ୍କୁ ସରକାରୀ କାର୍ଯ୍ୟକ୍ରମ ପାଇଁ ଟଙ୍କା ମାଗୁଛନ୍ତି।

ଜାନୁଆରି ୧୯ରେ ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଦକ୍ଷିଣ ଗୋଆର କଲେକ୍ଟରେଟ୍ ଦ୍ବାରା ଜାନୁଆରି ୨୬, ୨୦୨୩ରେ ମଥାନି ସାଲଦାନହା ଆଡମିନିଷ୍ଟ୍ରେଟିଭ୍ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହା ପରେ ଗଣତନ୍ତ୍ର ଦିବସ ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଆଗ୍ରହୀ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନେ ୧୦୦୦ଟଙ୍କା ଦିଅନ୍ତୁ।

Leave A Reply

Your email address will not be published.