ହକି ବିଶ୍ୱକପ: ସେମିଫାଇନାଲକୁ ଗଲା ଜର୍ମାନୀ ଓ ନେଦରଲାଣ୍ଡ୍ସ

0

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପ୍ ବେଶ୍ ରୋଚକ ସ୍ଥିତିକୁ ଆସିଛି । ଏହାରି ଭିତରେ ସେମିଫାଇନାଲକୁ ଯାଇଛନ୍ତି ଜର୍ମାନୀ ଓ ନେଦରଲାଣ୍ଡ୍ସ । କ୍ୱାଟର ଫାଇନାଲରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଇଂଲଣ୍ଡ-ଜର୍ମାନୀ ୨-୨ ଗୋଲ ଦେଇଥିଲେ । ଶେଷରେ ସୁଟଆଉଟ ୪-୩ରେ ଜିତିଥିଲା ଜର୍ମାନୀ । ଏହା ପୂର୍ବରୁ ମଧ୍ୟ ଇଂଲଣ୍ଡ ବିଶ୍ୱକପରେ ଜର୍ମାନୀଠୁ ଦୁଇ ଥର ହାରିସାରିଛି ।

ଚଳିତ ଏଫ୍ଆଇଏଚ୍ ହକି ବିଶ୍ବକପ୍ରୁ ଏସିଆ ମହାଦେଶର ଅଭିଯାନ ଶେଷ ହୋଇଛି। ଏସିଆରୁ ଏକ ମାତ୍ର ଦେଶ ଭାବେ ତିଷ୍ଟି ରହିଥିବା କୋରିଆ କ୍ବାର୍ଟରଫାଇନାଲ୍ରୁ ହାରି ବିଦାୟ ନେଇଛି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉପବିଜେତା ନେଦରଲାଣ୍ଡ୍ସ ୫-୧ ଗୋଲ୍ରେ କୋରିଆକୁ ମାତ୍ ଦେଇ ତୃତୀୟ ୟୁରୋପୀୟ ଦେଶ ଭାବେ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି । ଏସିଆରୁ ୩ ଦଳ ଭାରତ ସହ ଜାପାନ ଓ କୋରିଆ ଏହି ବିଶ୍ବକପ୍ ଖେଳିଥିଲେ।

Leave A Reply

Your email address will not be published.