ଦୁଇଦିନିଆ ଓଡ଼ିଶା ଗସ୍ତରେ ଟାଟା ମୋଟର୍ସର ଉପ ମହାନିର୍ଦେଶକ
କଟକ ( ୨୪/ ୦୧) : ଦେଶର ଅଗ୍ରଣୀ ଅଟୋ ମୋବାଇଲ କମ୍ପାନୀ ଟାଟା ମୋଟର୍ସର ଉପ ମହାନିର୍ଦ୍ଦେଶକ ରାଜେଶ କଉଲଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସ୍ଥାନୀୟ ମଙ୍ଗୁଳି ଛକ ନିକଟସ୍ଥ ତୃପ୍ତି ଅଟୋ ମୋଟିଭସ ସୋ ରୁମକୁ ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ କଉଲଙ୍କର ସହ ଅରୁଣ ଜଲାଲି, ଦୀପାଞ୍ଜନ ରୟ, ରନଭିର କଅଁର, ରାଜୀବ ଘୋଷ, କପିଲ ନିଝୋନ, ବିକାଶ ସୋନି, ନୀରଜ ବର୍ମାଙ୍କ ସହ ଟାଟା ମୋଟର୍ସର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଗ୍ରାହକମାନଙ୍କୁ ଗାଡ଼ି ଡେଲିଭରି, ବୃକ୍ଷରୋପଣ ଏବଂ ଦକ୍ଷ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ ଆଦି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଉପସ୍ଥିତ ଗ୍ରାହକ ଓ ତୃପ୍ତି ଅଟୋମୋଟିଭସର ସମସ୍ତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ।
ଏହା ପରେ ଜାନୁଆରୀ ୨୫ ରେ ଯାଜପୁରରେ ଟାଟା ମୋଟର୍ସର ନୂଆ ସୋ ରୁମ୍ ସାଇସୁଧା ମୋଟର୍ସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ତୃପ୍ତି ଅଟୋ ମୋଟିଭସରୁ ଏବଂ ସାଇସୁଧା ମୋଟର୍ସର ତରଫରୁ ଶ୍ରୀ ଶୁଭେନ୍ଦୁ ମହାନ୍ତି ଓ ଅଙ୍କିତ ମହାନ୍ତି ଉପସ୍ଥିତ ସମସ୍ତ ଟାଟା ମୋଟର୍ସ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହ କର୍ମଚାରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ ।