ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାର୍ଥୀମାନେ ସୁମଧୁର କଣ୍ଠରେ ସାମୂହିକ ସଂଗୀତ ଗାନ କରିଥିଲେ । ପ୍ରତିଭାଧାରୀ ବିଦ୍ୟାର୍ଥୀ ନୃତ୍ୟଶିଳ୍ପୀମାନେ ଜାତୀୟତାବୋଧକ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ମୁଖ୍ୟଅତିଥି ଶ୍ରୀଯୁକ୍ତ ରଥ ମୂଲ୍ୟବୋଧଭିତ୍ତିକ ଶିକ୍ଷାଉପରେ ଗୁରୁତ୍ୱ ଆରୋପ କରି ଜାତିପ୍ରୀତି ଭାବନାରେ ଉଦ୍ବୁଦ୍ଧ ହେବାକୁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଜାତା ଅତିଥି ପରିଚୟ ପ୍ରଦାନ କରିବା ସହ ବିଦ୍ୟାର୍ଥୀମାନଙ୍କୁ ଉତ୍ତମ ନାଗରିକ ହୋଇ ନିଜ ଜାତୀୟ ପତାକାର ଟେକ ରଖିବାକୁପରାମର୍ଶ ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ସଦନର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼୍ କରାଯାଇଥିଲା । ଏହି ଅବସରରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଶ୍ରେଣୀ ପତ୍ରିକା ‘ଐକ୍ୟମ୍’ ମଞ୍ଚାସୀନ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।