୪ଫାଳ ହୋଇଯିବ ପାକିସ୍ତାନ: ଯୋଗଗୁରୁ ରାମଦେବ

0

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏହାରି ଭିତରେ ଯୋଗଗୁରୁ ବାବା ରାମଦେବ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି । ଖୁବଶୀଘ୍ର ପାକିସ୍ତାନ ୪ ଭାଗରେ ବାଣ୍ଟି ହୋଇଯିବ । ଆଉ ସବୁଠୁ ବଡ କଥା ହେଲା, ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତରେ ଥିବ । ବାଲୁଚିସ୍ତାନ, ପିଓକେ ଓ ପଞ୍ଜାବ ଭିନ୍ନ ରାଷ୍ଟ୍ର ହେବା ସହ ପାକିସ୍ତାନ ଛୋଟିଆ ଦେଶରେ ସୀମିତ ହୋଇ ରହିଯିବ । ଆଉ ଏଭଳି କହି ରାମଦେବ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ରାମଦେବ କହିଛନ୍ତି, ଖୁବଶୀଘ୍ର ପିଓକେ ଭାରତରେ ମିଶିବ । ପରେ ବାଲୁଚିସ୍ତାନ ମଧ୍ୟ ସ୍ୱତଃପ୍ରବୃତ ଭାବେ ଭାରତରେ ମିଶିବ । ଅନ୍ୟପଟେ ପଞ୍ଜାବ ଓ ସିନ୍ଧ ପ୍ରାନ୍ତର ଭାରତ ସହ ସାଂସ୍କୃତିକ ସମ୍ପର୍କ ଥିବାରୁ ଏହି ଅଞ୍ଚଳ ମଧ୍ୟ ଭାରତରେ ମିଶିବାରେ କୌଣସି ବାଧକ ରହିବନି । ଆଉ ଏହାଦ୍ୱାରା ଭାରତ ପୂରା ବିଶ୍ୱରେ ସୁପରପାୱାର ଭାବେ ଉଭା ହେବ । ସମୟର ଆହ୍ୱାନ କ୍ରମେ ଆଗାମୀ ଦିନରେ ଏହା ହିଁ ହେବାକୁ ଯାଉଛି ।

Leave A Reply

Your email address will not be published.