ମୋଗଲ ଗାର୍ଡନ ନାମ ପରିବର୍ତ୍ତନ ହୋଇ ହେଲା ଅମୃତ ଉଦ୍ୟାନ

0

ନୂଆଦିଲ୍ଲୀ: ୧୦୬ ବର୍ଷ ପୁରୁଣା ମୋଗଲ ଗାର୍ଡନ ଏବେ ଅମୃତ ଉଦ୍ୟାନ ନାମରେ ପରିଚିତ ହେବ। କେନ୍ଦ୍ର ସରକାର ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ମୋଗଲ ଗାର୍ଡନର ନାମ ବଦଳାଇ ଏହାର ନୂଆ ନାମ ‘ଅମୃତ ଗାର୍ଡନ’ ରଖିଛନ୍ତି। ଇଂରେଜମାନେ ଏହି ଉଦ୍ୟାନକୁ ମୋଗଲ ଗାର୍ଡନ ନାମ ଦେଇଥିବା ବେଳେ ଆଜି ଏହା ଇତିହାସ ହୋଇଯାଇଛି ।

ଗାର୍ଡନରୁ ପୁରୁଣା ନାମଫଳକ ହଟାଇ ଦିଆଯାଇ ନୂଆ ଫଳକ ସ୍ଥାପନ କରାଯାଇଛି । ଚଳିତ ବର୍ଷ ୩୧ ଜାନୁଆରୀରୁ ୩୦ ମାର୍ଚ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସାର୍‌ ଏଡ୍‌ୱିନ ଲୁଟିୟନ୍ସ ୧୯୧୭ରେ ଭାଇସରାୟ ହାଉସ୍‌ ନିର୍ମାଣ ଆରମ୍ଭ କରିଥିଲେ । ଏହି ଭବନର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସ୍ବତନ୍ତ୍ର ବଗିଚାର ପରିକଳ୍ପନା କରାଯାଇଥିଲା ଏବଂ ଏହି ଉଦ୍ୟାନ ଗଢ଼ିଉଠିଥିଲା।

Leave A Reply

Your email address will not be published.