ରାହୁଲଙ୍କୁ ଟାର୍ଗେଟ କରି ଏମିତି କହିଲେ ଜୟ ଶଙ୍କର

0

ପୁଣେ: ଚୀନ୍‌ ଜମି ଦଖଲ କରିଛି ବୋଲି ବିରୋଧୀ ଦଳ ନେତାମାନେ ଯାହା କହୁଛନ୍ତି ତାହା ଠିକ୍‌, କିନ୍ତୁ ୧୯୬୨ରେ ଚୀନ୍ ସେ ଜମି ଦଖଲ କରିଥିବା କଥା ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ବିଦ୍ରୂପ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରାଜନୀତି ପାଇଁ ଭଲ ହେବ ନାହିଁ ବୋଲି ଚିନ୍ତା କରି କେତେକ ଲୋକ ଜାଣିଶୁଣି ଚୀନ୍‌ ସମସ୍ୟା ସଂକ୍ରାନ୍ତରେ ଭୁଲ୍‌ ସୂଚନା ପ୍ରସାର କରୁଛନ୍ତି। ଜମି ଦଖଲ ଘଟଣା ଅଳ୍ପ ଦିନ ପୂର୍ବେ ଘଟିଛି ବୋଲି ଧାରଣା ସୃଷ୍ଟି କରିବା ଲାଗି ସେମାନେ ଉଦ୍ୟମ କରୁଛନ୍ତି।

ଗତବର୍ଷ ରାହୁଲ୍‌ ଗାନ୍ଧୀ କହିଥିଲେ, ବିନା ଯୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅଞ୍ଚଳରୁ ୧୦୦ ବର୍ଗ କିଲୋମିଟର୍‌ ଚୀନ୍‌କୁ ଦେଇ ଦେଇଛନ୍ତି। ଚୀନ୍‌ ଅଧିକାରକୁ ଚାଲି ଯାଇଥିବା ଉକ୍ତ ଜମିକୁ କେମିତି ଫେରସ୍ତ ଅଣାଯିବ ସ‌େ କଥା ମଧ୍ୟ ସେ ସରକାରଙ୍କୁ ପଚାରିଥିଲେ।

Leave A Reply

Your email address will not be published.