ସୁନ୍ଦରଗଡ଼ (ଆମ ଟିଭି): ଗତକାଲି ନବ ଦାସଙ୍କ ମୃତ୍ୟୁ ପରେ ଏବେ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ। ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
ତେବେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା। ଦେଖାଯାଉ କ୍ରାଇମବ୍ରାଞ୍ଚ ତଦନ୍ତରୁ କ’ଣ ସତ ପଦାକୁ ଆସୁଛି ।