ଆଶାରାମ ବାପୁଙ୍କୁ ଆଜୀବନ ଜେଲ

0

ନୂଆଦିଲ୍ଲୀ : ଆଶ୍ରମ ଭିତରେ ମହିଳା ଅନୁଗାମୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଛି। ସୋମବାର ଗୁଜରାଟର ଗାନ୍ଧିନଗରରେ ଥିବା ଗୋଟିଏ କୋର୍ଟ ଏହି ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେସନ୍ସ କୋର୍ଟ ବିଚାରପତି ଡିକେ ସୋନି ସମସ୍ତ ଯୁକ୍ତି ଶୁଣିବା ପରେ ଆଶାରାମକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହାପୂର୍ବରୁ ୨୦୧୩ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଆଶାରାମ ବାପୁକୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ଏବେ ୮୧ ବର୍ଷୀୟ ଆଶରାମ ଯୋଧପୁର ଜେଲରେ ରହିଛି। ୨୦୧୮ରେ ତାକୁ ରାଜସ୍ଥାନର ଗୋଟିଏ କୋର୍ଟ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠାରୁ ସେ ଜେଲରେ ଥିବା ବେଳେ ଆଜି ଆଉ ଗୋଟିଏ ଦୁଷ୍କର୍ମ ମାମଲାରେ ତାକୁ ଆଜୀବନ ସଜ୍ଜା ମିଳିଛି।

Leave A Reply

Your email address will not be published.