ଆନ୍ଧ୍ର ପ୍ରଦେଶ ସରକାରଙ୍କ ବଡ ଘୋଷଣା, ଜାଣନ୍ତୁ କଣ
ନୂଆଦିଲ୍ଲୀ : ବଦଳିବ ଆନ୍ଧ୍ର ପ୍ରଦେଶର ରାଜଧାନୀ। ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଚଳିତ ବର୍ଷ ମେ’ ମାସରେ ବିଶାଖାପଟନମରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀକୁ ସେ ସମସ୍ତ ଶିଳ୍ପପତି ଆସନ୍ତୁ ବୋଲି ସେ କହିଛନ୍ତି।
ଜଗନ କହିଛନ୍ତି, “ମୁଁ ଆପଣ ସମସ୍ତଙ୍କୁ ଏଠାରେ ବିଶାଖାପଟନମକୁ ନିମନ୍ତ୍ରଣ କରୁଛି। କାରଣ ବିଶାଖାପଟନମ ଆମର ରାଜଧାନୀ ହେବାକୁ ଯାଉଛି। ଆଗାମୀ ଦିନରେ ମୁଁ ମଧ୍ୟ ବିଶାଖାପଟନମକୁ ଚାଲି ଆସିବି। ଆଗାମୀ କିଛି ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ।”