ଜୀ-ସାର୍ଥକର ‘ଝିଲି’ ମେଗା ଧାରାବାହିକ ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ।

0

ଭୁବନେଶ୍ବର ( ୩୧ /୦୧) : ବର୍ତ୍ତମାନ ଜୀ-ସାର୍ଥକରେ ସନ୍ଧ୍ୟା ୭ଟା ରେ ଚାଲିଥିବା ମେଗା ଧାରାବାହିକ ‘ଝିଲି’ ଲୋକପ୍ରିୟତା ଶୀର୍ଷରେ। ଏହି ଧାରାବାହିକରେ ଝିଲି ଓ ସିଦ୍ଧ ଯୋଡ଼ି ଦର୍ଶକମାନଙ୍କ ଦ୍ୱାରା ଖୁବ୍ ପ୍ରଶଂସିତ ହେବା ସହ ଏହାର କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଛି। ଏବେ କାହାଣୀରେ ଗୋଟେ ଭିନ୍ନ ମୋଡ଼ ଆସିଛି। କାହାଣୀର ଗତିଶୀଳତା ସହ ମିଠା ମହଲ ଏବେ ନାନା ସମସ୍ୟା ଭିତରେ ଗତି କରୁଛି। ସମରେଶ ଓ ସନ୍ଦୀପ ପୁରା ବିଜିନେସକୁ ଦୁଇ ଭାଗରେ ବାଣ୍ଟି ନେବାକୁ ଠିକ୍ କରୁଥିବା ବେଳେ ଝିଲି ଚାହୁଁନାହିଁ ଯେ ଜେଜେ ଏକଥା ଜାଣନ୍ତୁ। ସିଦ୍ଧ, ଝିଲିର କଥା ବୁଝିଲେ ବି କିଛି କରି ପାରୁନି।

ସମରେଶ ନିଜର ସ୍ଵତନ୍ତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ନିବେଶକ ମାନେ ଶେଷ ମୁହୂର୍ତ୍ତରେ ଓହରି ଯାଉଛନ୍ତି ଓ ସମରେଶଙ୍କୁ କ୍ଷତି ସହିବାକୁ ପଡ଼ିଛି। ଏପରି ଏକ ମାନସିକ ଚାପ ଭିତରେ ସେ ଏକ ମୃଦୁ ହୃଦଘାତର ଶୀକାର ହେଉଛନ୍ତି। ସିଦ୍ଧର କନଷ୍ଟ୍ରକସନ୍ କମ୍ପାନୀ ମଧ୍ଯ ଏଥିରେ କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ସିଦ୍ଧ ଓ ତା ବାପାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି। ଏସବୁ ଦେଖି ଝିଲି ଆହୁରି ଚିନ୍ତାରେ ପଡ଼ୁଛି। ସବୁ ପରିବାରରେରେ ସମସ୍ୟା ରହିଥାଏ । ହେଲେ ଝିଲି ପରିବାରରେରେ ବ୍ୟବସାୟକୁ ନେଇ ଯେଉଁ ସମସ୍ୟା ଉପୁଜୁଛି, ସେ କେମିତି କରିବା ଏହାର ସାମ୍ନା ।ସେ କ’ଣ ତାର ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ବାନ୍ଧି ରଖି ପାରିବ ତା’ର ପରିବାରକୁ । ଏହା ଦେଖିବାପାଇଁ ପ୍ରତିଦିନ ସନ୍ଧ୍ୟା ୭ଟା ରେ ଏହି ମେଗା ଧାରାବାହିକ ସହ ଯୋଡିହୋଇ ରହିଥାନ୍ତୁ ।

ଏପରି ଅନେକ କିଛି ଖଟା ମିଠା ଘଟଣା ଓ ମଧୁର ସମ୍ପର୍କକୁ ନେଇ ଏହି ଧାରାବାହିକର କାହାଣୀ ଆଗକୁ ଗତିଶୀଳ ହେଉଛି।

Leave A Reply

Your email address will not be published.