ଜେଲ ଗଲେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ

0

ଭୁବନେଶ୍ୱର : ସର୍ବସମ୍ମୁଖରେ ଗଣ୍ଡଗୋଳ କରିବା କଂଗ୍ରେସର କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିଙ୍କୁ ମହଙ୍ଗା ପଡ଼ିଛି। ଫେବୃଆରୀ ୧ ତାରିଖ ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଆଜି ଜେଲ ହାଜତକୁ ପଠାଇ ଦିଆଯାଇଛି। ସେଜି ଗିରଫ ହେବା ପରେ ଆଜି ପାଟନାଗଡ଼ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଆବେଦନ ଖାରଜ କରିବାକୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସେଜିଙ୍କ ସହ ତାଙ୍କର ଆଉ ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲେ। ସେମାନଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ଦେଇ ନାହାନ୍ତି। ଫଳରେ ସେଜିଙ୍କ ସହ ସେମାନେ ମଧ୍ୟ ଜେଲ ଯାଇଛନ୍ତି।

ଆଜି ପୁଲିସ୍‌ ତାଙ୍କୁ କୋର୍ଟରେ ହାଜର କରିବା ପରେ ସେଜି କହିଛନ୍ତି, “ମୋତେ ଚକ୍ରାନ୍ତ କରି ଫସାଇ ଦିଆଯାଇଛି। ଆଲିସାନ ସିନେମା ହଲର କର୍ମଚାରୀଙ୍କୁ ପଚାରିଲେ ପ୍ରକୃତ ସତ ସାମ୍ନାକୁ ଆସିବ।” ତେବେ ସେଜିଙ୍କୁ କିଏ ଓ କାହିଁକି ଫସାଇବାକୁ ଚେଷ୍ଟା କରୁଛନ୍ତି, ସେକଥା ପୁଲିସ୍‌ ସ୍ପଷ୍ଟ କରିନି।

Leave A Reply

Your email address will not be published.