IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

0

ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ବୋଲି IMD ଡିଜ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।

ବିଶାଖାପାଟଣା-ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷା ହେବ ବୋଲି IMD ଡିଜ କହିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୨୪ବେଳକୁ ଉପକୂଳରେ ବର୍ଷା କମିବ। ଆଭ୍ୟନ୍ତରରେ ଅଧିକ ବର୍ଷିବ। କ୍ରମଶଃ ଉତ୍ତର ଉତ୍ତରପଶ୍ଚିମ ହୋଇ ଛତିଶଗଡ଼ ଅଭିମୁଖେ ଯିବ। ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୫୫ରୁ ୬୫ କି.ମି. ରହିବ। ଅନ୍ୟପକ୍ଷେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ବାତ୍ୟା ଛୋଟ ଗଛ ଡାଳ ଭାଙ୍ଗିବ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବ ବୋଲି IMD ଡିଜି ଆକଳନ କରିଛନ୍ତି।

Leave A Reply

Your email address will not be published.