ପିଏସଓ ଫେରାଇଦେଲେ ଜୟନାରାୟଣ
ଭୁବନେଶ୍ୱର : ପିଏସଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଦାସ ହତ୍ୟା କରିବା ପରେ ନିଜର ପିଏସଓ ଫେରାଇ ଦେଇଛନ୍ତି ଜୟ ନାରାୟଣ। ଏନେଇ ନିଜ ପ୍ରତିକ୍ରିୟାରେ ଜୟ ନାରାୟଣ କହିଛନ୍ତି, ଓଡ଼ିଶା ପୁଲିସ ଉପରେ ମୋର ଭରସା ନାହିଁ। ତେଣୁ ମୁଁ ସରକାର ଦେଇଥିବା ପିଏସଓ ଫେରାଇ ଦେଇଛି। ମୁଁ କୌଣସି ସୁରକ୍ଷା ଓଡ଼ିଶା ପୁଲିସଠାରୁ ନେବି ନାହିଁ।
ସେ ଆହୁରି କହିଛନ୍ତି, ସରକାରଙ୍କ ପାଖରେ ଥିବା ସବୁ ପୁଲିସ ଅଧିକାରୀ ଏବେ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ। ତେଣୁ ଓଡ଼ିଶା ପୁଲିସ ଉପରେ ମୋର ଆଉ ଆସ୍ଥା ଓ ଭରସା ନାହିଁ।