ବିଧାୟକଙ୍କ ନାଁ ରେ ମାମଲା

0

ନୂଆଦିଲ୍ଲୀ : ବିଧାୟକଙ୍କ ସହ ପ୍ରେମ ସମ୍ପର୍କ ସହ ବିଗିଡ଼ିବାରୁ ପ୍ରାୟ ୯ ମାସ ତଳେ ଥାନା ଦ୍ୱାରସ୍ଥ ହୋଇଥିଲେ ପ୍ରେମିକା। ହେଲେ ପୁଲିସ୍‌ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଆଜି କାଲି କହି ଦିନ ଗଡ଼ାଉଥିଲା। କିନ୍ତୁ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛନ୍ତି ଥାନା ବାବୁ। ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗତକାଲି ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି । ସଦର ଥାନା ଆଇଆଇସି ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିବା କହିଛନ୍ତି ସୋମାଲିକା ।

Leave A Reply

Your email address will not be published.