ଅଖିଳେଶଙ୍କ ବିମାନକୁ ଅବତରଣ କରିବାକୁ ଅନୁମତି ଦେଲେ ନାହିଁ ଯୋଗୀ ସରକାର

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ବିମାନକୁ ମୋରାଦାବାଦରେ ଅବତରଣ ପାଇଁ ଅନୁମତି ଦେଇନାହାନ୍ତି। ‌ଫେବ୍ରୁଆରି ୪ରେ ଏକ କାର୍ଯ୍ୟକ୍ରମ ଅବସରରେ ଅଖିଳେଶ ଯାଦବଙ୍କ ବିମାନ ମୋରାଦାବାଦରେ ଅବତରଣ କରିବାର ଥିଲା। କିନ୍ତୁ ଯୋଗୀ ସରକାର ଅଖି‌ଳେଶଙ୍କ ବିମାନକୁ ଅବତରଣ ଅନୁମତି ଦେଇନାହାନ୍ତି ବୋଲି ସପା (ସମାଜବାଦୀ ପାର୍ଟି) ଅଭିଯୋଗ କରିଛି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ଟ୍ବିଟ୍‌ରେ କୁହାଯାଇଛି।

ଇତିମଧ୍ୟରେ ମୋରାଦାବାଦ ଜିଲ୍ଲାପାଳ ଶୈ‌ଳେନ୍ଦ୍ର କୁମାର ସମାଜବାଦୀ ପାର୍ଟିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଉକ୍ତ ହେଲିପ୍ୟାଡ୍‌ରେ ନବୀକରଣ କାର୍ଯ୍ୟ ଚାଲିଛି। ତେଣୁ ଅଖିଳେଶ ଯାଦବ ନିକଟସ୍ଥ ଜିଲ୍ଲାରେ ଅବତରଣ କରି ସଡ଼କ ପଥ ଦେଇ ମୋରାଦାବାଦ ଯିବା‌ ଉଚିତ।

Leave A Reply

Your email address will not be published.