ବିଜେପି ନେତ୍ରୀ ଉମା ଭାରତୀ ଙ୍କ ଅଭିନବ ପ୍ରତିବାଦ, ଜାଣନ୍ତୁ କଣ

0

ଓର୍‌ଛା: ଗୁରୁବାର ଦିନ ବରିଷ୍ଠ ‘ବିଜେପି’ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶର ଓର୍‌ଛା ନଗରୀରେ ଥିବା ଗୋଟାଏ ମଦ ଦୋକାନ ସମ୍ମୁଖରେ ବୁଲା ଗାଈମାନଙ୍କୁ ବାନ୍ଧି ଘାସ ଖୁଆଇବା ସହିତ ଜନସାଧାରଣଙ୍କୁ କହି‌ଛନ୍ତି ଯେ, ସେମାନେ ମଦ ଛାଡ଼ି ଗାଈ ଦୁଗ୍ଧ ପାନ କରନ୍ତୁ।

ସମ୍ପ୍ରତି ‘ବିଜେପି’ ଶାସିତ ରାଜ୍ୟରେ ମଦ୍ୟପାନ ବିରୋଧରେ ଅଭିଯାନ ଚଳାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ସରକାର ମଦ୍ୟପାନ ଅଭ୍ୟାସରୁ ଫାଇଦା ଉଠାଇବା ଅନୁଚିତ।

ମନ୍ଦିର ଓ ପ୍ରାସାଦ ପାଇଁ ପ୍ରସିଦ୍ଧ ନିୱାରି ଜିଲ୍ଲା ଅନ୍ତର୍ଗତ ଓର୍‌ଛା ନଗରୀରେ ଭାରତରେ ନିର୍ମିତ ବିଦେଶୀ ମଦ ବିକ୍ରୟ ଦୋକାନ ସମ୍ମୁଖରେ ଗାଈ ବାନ୍ଧିବା ପରେ ଭାରତୀ ‘ମଦ ନୁହେଁ ଦୁଗ୍ଧ ପିଅ’ ବୋଲି ସ୍ଲୋଗାନ୍‌ ଦେଇଥିଲେ।

ସ୍ମରଣଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ଏହି ମଦ ଦୋକାନ ଉପରକୁ ସେ ଗୋବର ଫିଙ୍ଗିଥିଲେ। ସେହିପରି, ୨୦୨୨ ମାର୍ଚରେ ସେ ଭୋପାଳସ୍ଥିତ ଏକ ମଦ ଦୋକାନ ଉପରକୁ ଟେକାପଥର ଫିଙ୍ଗିଥିଲେ।

Leave A Reply

Your email address will not be published.