ପୁଣି ରାଜସ୍ଥାନ କଂଗ୍ରେସରେ ନୂଆ ନାଟକ, ଜାଣନ୍ତୁ କଣ

0

ନୂଆଦିଲ୍ଲୀ :ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନ ସରକାରରେ କମ୍ପନ ଦେଖିବାକୁ ମିଳିଛି। କ୍ଷମତାସୀନ କଂଗ୍ରେସ ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ଏହାକୁ ନେଇ ମନ୍ତ୍ରୀ ଜଣଙ୍କ ସିଧାସଳଖ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହ ତାଙ୍କୁ ମିଥ୍ୟା କେସ୍‌ରେ ଫସା ଯାଉଥିବା କହିଛନ୍ତି।

ରାଜସ୍ଥାନରେ ସୈନିକ କଲ୍ୟାଣ ଓ ପଞ୍ଚାୟତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂହ ଗୁଢ଼ାଙ୍କ ନାଁରେ ଅପରାଧିକ ଉଦ୍ଦେଶ୍ୟ ଓ ଅପହରଣ ମାମଲା ରୁଜୁ କରାଯାଇଛି। ତାଙ୍କ ନିର୍ଦ୍ଦେଶରେ କିଛି ଲୋକ ସିକାର ଜିଲ୍ଲାର କାକ୍ରନାର ୱାର୍ଡ ପଞ୍ଚାୟତ ସଦସ୍ୟ ଦୁର୍ଗା ସିଂହଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କ ଠାରୁ ବ୍ଲାଙ୍କ ଚେକ୍‌ରେ ଦସ୍ତଖତ କରାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.