ସୌମ୍ୟ ମାରିଲେ ତେରେଛା ବାଣ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ :ମୋତେ ବି ସୁରକ୍ଷା ପାଇଁ ଜଣେ ପିଏସ୍ଓ ମିଳିଛନ୍ତି। ସେ ବି ପାଖରେ ବନ୍ଧୁକ ରଖୁଛନ୍ତି। ବେଳେବେଳେ ମନକୁ ପ୍ରଶ୍ନ ଆସୁଛି, ସେ ଗୋପାଳ ଦାସ ହୋଇ ଯିବେନି ତ ?’ ନବ ଦାସ ହତ୍ୟାକାଣ୍ଡକୁ ନେଇ ଏପରି ମତ ରଖିଛନ୍ତି ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।
କଟକରେ ଥିବା ଗୋରା କବରର ପୁନରୁଦ୍ଧାର ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ନବ ଦାସଙ୍କ ପରି ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ସହଜେ ବିଶ୍ୱାସ କରି ହେଉନି। ଏହା ମୋତେ ଖୁବ୍ ଆଶ୍ଚର୍ଯ୍ୟ କରିଛି। ମୋ ପିଏସ୍ଓ ବି ସେପରି ହେବେ କି ବୋଲି ଭାବି ମନ ଦହଗଞ୍ଜ ହେଉଛି।