ପଶ୍ଚିମବଙ୍ଗ ବିଜେପିକୁ ଶକ୍ତ ଝଟକା: ୩ବର୍ଷ ପରେ ପୁଣି ଟିଏମସି ଫେରିଲେ ଅର୍ଜୁନ ସିିଂହ
କୋଲକାତା(ଆମ ଟିଭି): ପଶ୍ଚିମବଙ୍ଗ ବିଜେପିକୁ ଲାଗିଛି ଶକ୍ତ ଝଟକା। ୩ବର୍ଷ ପରେ ପୁଣି ଟିଏମସି ଫେରିଛନ୍ତି ପଶ୍ଚିମବଙ୍ଗର ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂହ। ପୂର୍ବରୁ ଏନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାହା ସତ ବୋଲି ପ୍ରମାଣ ହୋଇଛି। ସେ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ୨୦୧୯ ରେ ବିଜେପିରେ ଯୋଗ ଦେଇଥିଲେ। ଟିଏମସିରେ ଯୋଗଦେବା ପରେ ଅର୍ଜୁନ ସିଂ ରବିବାର କହିଛନ୍ତି, ଅନେକ ଲୋକ ପଶ୍ଚିମବଙ୍ଗର ବିକାଶକୁ ରୋକିବାକୁ ଚେଷ୍ଟା କରୁଥିବାରୁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲି। ସେଥିପାଇଁ ମୁଁ ପୁନର୍ବାର ମୋ ଘରକୁ ଫେରି ଆସିଛି।

ଜାତୀୟ ସ୍ତରରେ ସଂଗ୍ରାମର ନେତୃତ୍ୱ ନେବେ ମମତା। ଜାତୀୟ ସ୍ତରରେ ଖୁବ୍ ଶୀଘ୍ର ଏକ ବଡ ଲଢ଼େଇ ଆରମ୍ଭ ହେବ ବୋଲି କହିବା ସହ ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି କହିଛନ୍ତି।