ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା: ୩୦ରୁ ଅଧିକ ମୃତ ସୂଚନା

0

ନୂଆଦିଲ୍ଲୀ (ଆମ ଟିଭି): ପାକିସ୍ତାନରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି । ଉତ୍ତରପଶ୍ଚିମ ପାକିସ୍ତାନର ପେଶାୱର ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ – କାର ମୁହାଁମୁହିଁ ଧକ୍କା ହେବାରୁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ, ଦୁର୍ଘଟଣା ଗିଲଗିତ୍ ବାଲତିସ୍ତାନ ଇଲାକାର ଦିଆମିର ସତିଆଲ ଚୌକ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁଲିସର କହିବା ଅନୁସାରେ ବସଟି ଗିଲଗିତରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ଉଭୟ କାର ଓ ବସ୍ ଏକ ଘାଇକୁ ଖସିପଡିଥିଲେ । ଫଳରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.