ଓକେସିଏଲ ବାର୍ଷିକ ଉତ୍ସବ ‘ଗରୁଡ଼ ଉଡ଼ାନ୍ ୨୦୨୩’

0

ଭୁବନେଶ୍ବର- ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨୦୨୩”, କିମ୍ବ
ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସମାରୋହରେ ୪୫୦ରୁ ଉର୍ଦ୍ଧ୍ବ ସ୍ବୀକୃତିପ୍ରାପ୍ତ
ଶିକ୍ଷାକେନ୍ଦ୍ରର ୬୩୦ରୁ ଉର୍ଦ୍ଧ୍ବ ପ୍ରତିନିଧ୍ ତଥା ୩୦ ଜିଲ୍ଲାର ଜିଲ୍ଲା ଅଗ୍ରଣୀ ସଂଯୋଜକ ଯୋଗ ଦେଇଥିଲେ ।
ଜାତୀୟ ସଂଗୀତ ଗାୟନ ସହିତ ସମାରୋହର ଆରମ୍ଭ ହୋଇଥିଲା । ଓକେସିଏଲ୍‌ ପରିଚାଳନା ନିର୍ଦ୍ଦେଶକ ଡଃ.
ମନୋରଂଜନ ପୁଥାଳ ପ୍ରଦ୍ବୀପ ପ୍ରଜ୍ବଳନ କରିଥିଲେ ତଥା ଗରୁଡ ଉଡ଼ାଣର ବିଶେଷତ୍ଵ ଉଦ୍ଦେଶ୍ୟ ଓ ସ୍ବତନ୍ତ୍ରତାର
ବ୍ୟାଖ୍ୟା କରିଥିଲେ । ଏତଦ୍ ବ୍ୟତୀତ ଓକେସିଏଲୁ ଲକ୍ଷ୍ୟ ଏବଂ ଆଗାମୀ ବର୍ଷ ପାଇଁ ଅଭିବୃଦ୍ଧିର ଯୋଜନାକୁ
ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଉକ୍ତ ସମାରୋହରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି
ପ୍ର.(ଡଃ.) ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟ ଅତିଥ୍‌ ଭାବେ ଓ କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ର. (ଡଃ.) ସସ୍ମିତା
ସାମନ୍ତ ସମ୍ମାନନୀୟା ଅତିଥ୍ ତଥା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

ଓକେସିଏଲର ପଦାଧିକାରୀମାନେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ତଥା ନିଯୁକ୍ତି ଓ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ପାଠ୍ୟକ୍ରମ ଯଥା OS-CIT, OS-
CIT ‘A’, OS-CIT ‘A+’, OCOC, Achievers Series, eSchool, Knowledge
Centreର ଉପସ୍ଥାପନା କରିଥିଲେ । କୁଳପତି ପ୍ର.(ଡଃ.) ଅର୍କ କୁମାର ଦାସ ମହାପାତ୍ର, ଓକେସିଏଲୁ ବିଭିନ୍ନ
ପାଠ୍ୟକ୍ରମଗୁଡିକୁ ଭୂୟସୀ ପ୍ରଶଂସା କରିବା ସହିତ ଉପସ୍ଥିତ ଓକେସିଏଲୁ ଭାଗିଦାରୀମାନଙ୍କୁ ପ୍ରେରଣାଦାୟକ
ବାର୍ତ୍ତା ପ୍ରଦାନ କରିଥିଲେ । କିଟ୍ ର କୁଳପତି ପ୍ର.(ଡଃ.) ସସ୍ମିତା ସାମନ୍ତ ଉପସ୍ଥିତ ଓକେସିଏଲୁ
ଭାଗିଦାରୀମାନଙ୍କର ପ୍ରୟାସକୁ ପ୍ରଶଂସା କରିବା ସହିତ ଉଦ୍ୟୋଗୀ ଭାବରେ ଆହୁରି ସଫଳ ହେବାପାଇଁ
ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଓକେସିଏଲ୍‌ ପରିଚାଳନା ନିର୍ଦ୍ଦେଶକ ଡଃ. ମନୋରଂଜନ ପୁଥାଳ
ସଷ୍ଟେନେବଲ୍ ଡେଭେଲପମେଣ୍ଟ୍ ଗୋଲ୍ ଉପରେ ନିଜର ସାରଗର୍ଭକ ବାର୍ତ୍ତା ଦେବା ସହିତ ଏଥ୍‌ରେ ସମସ୍ତଙ୍କର
ଦାୟିତ୍ଵ ଉପରେ ଆଲୋଚନା କରିଥିଲେ । ଓକେସିଏଲୁ ଉଚ୍ଚପଦାଧିକାରୀ ଶ୍ରୀମତୀ ସସ୍ମିତା ପଣ୍ଡା ମଞ୍ଚ
ପରିଚାଳନା କରିବା ସହିତ ଯୋଗଦାନ କରିଥିବା ମୁଖ୍ୟ ଅତିଥ୍ ତଥା ଅନ୍ୟ ସଦସ୍ୟମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା
ଜ୍ଞାପନ କରିଥିଲେ । ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାରୋହଟି ସମ୍ପର୍ଣ୍ଣ ହୋଇଥିଲା ।

Leave A Reply

Your email address will not be published.