ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର(ଆମ ଟିଭି): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ମହାମହିମ ରାଷ୍ଟ୍ରପତି । ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ପ୍ରଭୁଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତି ସକାଳ ୯ଟା ୮ ମିନିଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ଖାଲିପାଦରେ ବିନ୍ଦୁସାଗର ନିକଟରୁ ଚାଲି ଚାଲି ଯାଇଥିଲେ। ବିନ୍ଦୁ ସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ଦର୍ଶନ ପରେ ମନ୍ଦିରବେଢା ପରିକ୍ରମା କରିଥିଲେ। ମନ୍ଦିର ରେଜିଷ୍ଟରରେ ମହାମହିମ ଦେଶ ଉଦେଶ୍ୟରେ ବାର୍ତ୍ତା ଲେଖିଛନ୍ତି। ଏହାପରେ ମହାଦେବଙ୍କ ନିକଟରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଛନ୍ତି।
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ କଟକ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରୁ ବାହାରି କଟକ ଅଭିମୁଖେ ଯାଉଛନ୍ତି। ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର ଯିବେ ରାଷ୍ଟ୍ରପତି। ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ୍ ରାଇସ୍ କଂଗ୍ରେସର ଉଦଘାଟନ କରିବେ।