ବିବିସି କାର୍ଯ୍ୟାଳୟ ଛାଡ଼ିଲା ଆୟକର ଟିମ

0

ଭୁବନେଶ୍ୱର :ଦୀର୍ଘ ୬୦ ଘଣ୍ଟା ଧରି ବିବିସି ଅଫିସରେ ଘାଣ୍ଟିବା ପରେ ବାହାରିଲା ଆୟକର ବିଭାଗ ଟିମ୍‌। ବାହାରିବା ବେଳେ ହାତରେ ଥିଲା କିଛି ଡକ୍ୟୁମେଣ୍ଟ ଓ କାଗଜପତ୍ର। ଇଡି ପକ୍ଷରୁ ମଙ୍ଗଳବାରଠାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ବେଳେ ଗତକାଲି ଏହା ସମାପ୍ତ ହୋଇଛି। ଚଢ଼ାଉ ସମୟରେ ବିବିସିର ୧୦ରୁ ଅଧିକ କର୍ମଚାରୀ, ସିନିୟର ଏଡିଟରଙ୍କୁ ଗୁଡ଼ାଇତୁଡ଼ାଇ ଆୟକର ଅଧିକାରୀ ପ୍ରଶ୍ନ ପଚାରିଥିବା ଜଣାଯାଇଛି। ଏଥିସହ ଏକାଧିକ କମ୍ପୁଟର, ଲାପଟପ୍ ସହ ଇଲୋକଟ୍ରନିକସ ଡିଭାଇସକୁ ବି ଯାଞ୍ଚ କରିଛି ଆଇଟି ଟିମ୍‌।

ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ଆୟକର ବିଭାଗ ଟିମ୍‌ ବିବିସିର ମୁମ୍ବାଇ ଓ ଦିଲ୍ଲୀସ୍ଥିତ ଅଫିସରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପଶିଥିଲା । ଏହାପରଠୁ ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଗତକାଲି ରାତିରେ ଅର୍ଥାତ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଏହି ଟିମ୍‌ ନିଜ ଯାଞ୍ଚ ସାରି ବିବିସି ଅଫିସ ଛାଡ଼ିଥିଲା।

ଆଇଟି ବିଭାଗ କାର୍ଯ୍ୟାଳୟରୁ ଯିବା ପରେ ବିବିସିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବିବିସି ଏକ ବିଶ୍ୱସନୀୟ ସ୍ୱତନ୍ତ୍ର ମିଡିଆ ସଙ୍ଗଠନ ଅଟେ। ଆମେ ଆମ ସହକର୍ମୀ ଓ ପତ୍ରକାରଙ୍କ ସହ ଛିଡ଼ା ହୋଇଛୁ। ଯିଏ କି ବିନା କୌଣସି ପକ୍ଷପାତରେ ନିଜ କାମ ଜାରି ରଖିଛି। ଆମେ ଯାଞ୍ଚରେ ସହଯୋଗ କରିବା ଜାରି ରଖିବୁ । ଆଶା କରୁଛି ଖୁବ୍‌ ଶୀଘ୍ର ଏହି ମାମଲାର ସମାଧାନ ହୋଇଯିବ ।

Leave A Reply

Your email address will not be published.